ଘୁଞ୍ଚିଲା ୟୁଜିସି ଓ ଏନଇଟି ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୧୬ରେ ହେବାକୁ ଥିବା ୟୁଜିସି ଓ ଏନଇଟି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ବିଜ୍ଞପ୍ତି ଜାରି କରିଛି ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ।
ପରବର୍ତ୍ତୀ ପରୀକ୍ଷା ତାରିଖ ସ୍ଥିର ହେଲେ ଆଡମିଟ୍ କାର୍ଡ଼ ବିବରଣୀ ugc.nta.nic.inରେ ଉପଲବ୍ଧ ହେବ। ସେହିଭଳି ସେପ୍ଟେମ୍ବର ୧୬, ୧୭, ୨୨ ଓ ୨୩ରେ ଏନଟିଏର ଅନ୍ୟାନ୍ୟ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ଏହି ସବୁ ପରୀକ୍ଷା ବାବଦରେ ମଧ୍ୟ ଏଟିଏ ବିଜ୍ଞପ୍ତି ପ୍ରକାଶ କରିବ ବୋଲି କୁହାଯାଇଛି। ସାରା ଦେଶରେ କରୋନା ପରିସ୍ଥିତିକୁ ଦେଖି ପରୀକ୍ଷା ଘୁଞ୍ଚାଇବାକୁ ପୂର୍ବରୁ ଦାବି ହୋଇ ଆସୁଥିଲା।