ସରପଞ୍ଚଙ୍କୁ ଲକ୍ଷେ ଟଙ୍କା ଜରିମାନା

ବରଗଡ଼: କରୋନା ନିୟମ ଭାଙ୍ଗିବା ଅଭିଯୋଗରେ ସରପଞ୍ଚଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏନେଇ ଜରିମାନା କଲେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ବିଡିଓ ରଞ୍ଜନ ସା।
କିରାସିନି ଘୋଟାଲା ଅଭିଯୋଗ କରି ବିଡିଓ ଅଫିସଙ୍କୁ ଘେରାଉ କରିଥିଲେ ଗ୍ରାମବାସୀ। ସ୍ଥାନୀୟ ସରପଞ୍ଚ ମାଲବ ସାହୁ ପ୍ରାୟ ଦେଢଶହ ଗ୍ରାମବାସୀଙ୍କୁ ନେଇ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ କରିଥିଲେ। ଏହି ଘଟଣାରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ଅର୍ଥଦଣ୍ଡ କରିଛନ୍ତି ଗାଇସିଲଟ ବିଡିଓ।