IPL ୨୦୨୦: ନୂଆ ମାଇଲଖୁଣ୍ଟ ଛୁଇଁଲେ ରୋହିତ, ଖେଳିଲେ ୧୫୦ ତମ ମ୍ୟାଚ୍

ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ)ରେ ନୂଆ ମାଇଲଖୁଣ୍ଟ ଛୁଇଁଲେ ରୋହିତ ଶର୍ମା। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ନିଜର ଆଇପିଇଲ କ୍ୟାରିୟରରେ ୧୫୦ ତମ ମ୍ୟାଚ୍ ଖେଳିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତଙ୍କୁ ଏକ ସ୍ୱତନ୍ତ୍ର ଜର୍ସି ପ୍ରଦାନ କରାଯାଇଥିଲା। ଏଥିରେ ୧୫୦ମ୍ୟାଚ୍ ଉଲ୍ଲେଖ ରହିଥିଲା। ଚଳିତ ସିଜନରେ ରୋହିତ ଭଲ ଫର୍ମରେ ଥିବାବେଳେ ୨ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି। ଏହାପୂର୍ବରୁ କିରନ୍ ପୋଲର୍ଡ ଏକମାତ୍ର ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୫୦ ତମ ମ୍ୟାଚ ଖେଳିଥିଲେ।
Loved representing this jersey for the 150th time. This is and always will be my home. Appreciate everyone who has helped me through this journey 👊 @mipaltan 💙 pic.twitter.com/YkdDpIiwWP
— Rohit Sharma (@ImRo45) October 11, 2020
ରୋହିତ ଟୁଇଟ କରି କହିଛନ୍ତି ଯେ, ଏହି ଜର୍ସିରେ ୧୫୦ ଥର ଖେଳିଥିବାରୁ ସେ ଖୁସି। ଏହି ଆଇପିଏଲ ଯାତ୍ରାରେ ମୋତେ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଚଳିତ ସିଜନରେ ରୋହିତ ଭଲ ଫର୍ମରେ ଥିବାବେଳେ ୨ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି। ଏହି ୩୩ ବର୍ଷୀୟ ଖେଳାଳି ଆଇପିଏଲ ଇତିହାସରେ ୫ହଜାର ପୂରଣ କରିବାରେ ହେଉଛଛନ୍ତି ବ୍ୟାଟସମ୍ୟାନ୍। ଏହାପୂର୍ବରୁ ଆରସିବି ଅଧିନାୟକ ବିରାଟ କୋହଲି ଓ ଚେନ୍ନାଇ ସୁପର କିଙ୍ଗସର ସୁରେଶ ରାଇନା ଆଇପିଏଲ ଇତିହାସରେ ୫ ହଜାର ରନ୍ ପୂରଣ କରିଛନ୍ତି।
ରୋହିତ ଶର୍ମା ୨୦୧୩ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ ପାଇଥିଲେ। ତାଙ୍କ ଅଧିନାୟକ୍ବରେ ମୂୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଇତିହାସରେ ସର୍ବାଧିକ ୪ଥର ବିଜେତା ହୋଇଛି।
Comments are closed.