Odisha Link
Bridging the Missing Links in Odisha

କଳିଙ୍ଗା ଘାଟିରେ ଓଲଟିଲା ଟ୍ରକ, ୨ ଗୁରୁତର

କନ୍ଧମାଳ: ଗତ କାଲି ରାତିରେ କଳିଙ୍ଗା ଘାଟିର ଅନ୍ଧାରକୋଟି ନିକଟରେ କନ୍ଧମାଳ ପଟୁ ଗଞ୍ଜାମକୁ ଆସୁଥିବା ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଡ଼୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦୟଗିରି ଆଇଆଇସି ନରେଶ ସାହୁ ପହଁଚି ଆମ୍ବୁଲାନ୍ସ ଯୋଗେ ଗୁରୁତର ଦୁଇଜଣଙ୍କୁ ଭଂଜନଗର ପଠାଇଥବା ବେଳେ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକଲକୁ ସ୍ଥାନାନ୍ତର କରାଯାଇଛି।

ଗାଡ଼ି ନିକଟରୁ ଗୋଟିଏ ଛିଣ୍ଡା ଗୋଡ଼କୁ ଉଦ୍ଧାର କରିବା ସହ ତୁରନ୍ତ ସେହି ଗୋଡ଼କୁ ଡ଼ାକ୍ତରଖାନା ନେଇ ପହଁଞ୍ଚିଛି। କୁହୁଡ଼ି ଯୋଗୁଁ ବୁଲାଣିଆ ରାସ୍ତା ଦେଖାନଯିବାରୁ ଏହି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।

Comments are closed.