Odisha Link
Bridging the Missing Links in Odisha

୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଜଗତସିଂହପୁର: ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ। ଜଗତସିଂହପୁର ଜିଲ୍ଲା ସଦର ଥାନା ତରତଙ୍ଗ ଗାଁରେ ଅବକାରୀ ବିଭାଗ ଚଢ଼ଉ କରି ୩୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହି ମାମଲାରେ ଅବକାରୀ ବିଭାଗ ପକ୍ଷରୁ ଜଣକୁ ଗିରଫ କରାଯାଇଛି। ଗିରଫ ଯୁବକ ଜଣଙ୍କ ତୋଟାପଡ଼ା ଗାଁର ପ୍ରଭାତ ରଂଜନ ମହାପାତ୍ର ବୋଲି ଜଣାଯାଇଛି। ସେ ଦୀର୍ଘ ଦିନ ହେଲା ବ୍ରାଉନ ସୁଗାର ବିକ୍ରି କରି ଆସୁଥିବା ବେଳେ ଆଜି ଅବକାରୀ ବିଭାଗ ତାଙ୍କ ଘର ଉପରେ ଚଢ଼ାଉ କରିଥିଲା।

ଗିରଫ ଅଭିଯୁକ୍ତ ପ୍ରଭାତ ରଂଜନ ମହାପାତ୍ର ଠାରୁ ଅବକାରୀ ବିଭାଗ ବ୍ରାଉନ ସୁଗାର ସହିତ ବାଇକ୍ ଓ ଏକ ବନ୍ଧୁକ ମଧ୍ୟ ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଭାତ ରଂଜନ ମହାପାତ୍ରଙ୍କ ପାଖରେ ପ୍ରାୟ ପଚାଶ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଥିବାର ଖବର ପାଇ ଜଗତସିଂହପୁର ଅବକାରୀ ବିଭାଗ ଚଢ଼ଉ କରିଥିଲା। ହେଲେ ସେ ତା’ଆଗରୁ କୋଡ଼ିଏ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ବିକ୍ରି ସାରିଥିଲେ।

Comments are closed.