ଦେଶରେ ୩୭,୯୭୫ଜଣ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହ ସୁସ୍ଥହାର କ୍ରମାଗତ ଭାବରେ ବଢି ଚାଲିଛି। ଗତ ୨୪ ଘଣ୍ଟାରେ ଆଉ ୩୭ ହଜାର ୯୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧ ଲକ୍ଷ ୭୭ ହଜାର ୮୪୧ ବୃଦ୍ଧି ପାଇଛି।
ଦେଶରେ ଚିକିତ୍ସାଧୀନ ଥିବା ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୮ ହଜାର ୬୬୭ ଥିବା ବେଳ ୮୬ ଲକ୍ଷ ୦୪ ହଜାର ୯୫୫ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।
ଦୈନିକ ମୃତ୍ୟୁସଂଖ୍ୟା ବି ଖସିଛି, ୨୪ ଘଣ୍ଟାରେ ୪୮୦ ଜଣଙ୍କର ମୃତ୍ୟୁ ସହ ଦେଶରେ କରୋନା ଜନନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୪ ହଜାର ୨୧୮ କୁ ବୃଦ୍ଧି ପାଇଛି।