ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

ନୟାଗଡ଼: ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ। କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିଷ୍ପତ୍ତି ହୋଇଥିବା ଆଜି ମନ୍ତ୍ରୀ ବିଧାନସଭାରେ ବିବୃତି ରଖିଛନ୍ତି। ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି।
ଏହି ମାମଲାରେ ଏଯାବତ ୩୪ ଜଣଙ୍କୁ ଜେରା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ହୋଇଥିବା ସହ ନୟାଗଡ଼ ଏସଡିପିଓ ମାମଲାର ତଦାରଖ କରୁଥିବା ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ବିଧାନସଭା ଆଗରେ ୫ ବର୍ଷର ଝିଅ ପରୀକୁ ହତ୍ୟା ମାମଲାରେ ଆତ୍ମାହୁତି ଉଦ୍ୟମ କରିଥିଲେ ନୟାଗଡ଼ର ଦମ୍ପତି। ଝିଅର ହତ୍ୟା ମାମଲାର ନ୍ୟାୟ ଭିକ୍ଷା କରି ହତାଶ ହେବା ପରେ ଶେଷରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ଦମ୍ପତି ଅଶୋକ ସାହୁ ଏବଂ ସୌଦାମିନି ସାହୁ।
ଦମ୍ପତି କହିଛନ୍ତି, ଆମ ଝିଅ ପରୀକୁ ମାରି ତା ଆଖି ଓ କିଡନୀ ତାଡ଼ି ନେଇଛନ୍ତି। ନ୍ୟାୟ ମାଗିବାରୁ ସେମାନଙ୍କୁ ଗାଁରୁ ବିଦା କରାଯାଉଛି। ଏହି ମାମଲାରେ ଜଣେ ମନ୍ତ୍ରୀଙ୍କ ପାଖ ଲୋକମାନେ ତାଙ୍କ ଝିଅକୁ ମାରି ଦେଇଥିବା ବାପା-ମା’ ଅଭିଯୋଗ ଆଣିଥିଲେ ।
ଗତକାଲି ବିଧାନସଭାରେ ଦମ୍ପତି ଆତ୍ମହୁତି ଉଦ୍ୟମ ପ୍ରସଙ୍ଗ ଉଠିଥିଲା ବାଚସ୍ପତିଙ୍କୁ ରୁଲିଂ ଦାବି କରିଥିଲେ ବିରୋଧୀ । ଏହାପରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ମାମଲାରେ ଉତ୍ତର ରଖିବା ପାଇଁ ବାରସ୍ପତି ରୁଲିଂ ଦେଇଥିଲେ।