ଟିକା ନେଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ପୁଣି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍ କରୋନାମୁକ୍ତ ହେବା ପାଇଁ ଟିକା ନେଇଥିଲେ। କିନ୍ତୁ ସେ ପୁଣି ଥରେ କରୋନା ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ଅନିଲ ଭିଜ୍ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
ଚିକିତ୍ସା ପାଇଁ ସେ ଅମ୍ବାଲାସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଭିଜ୍ ଗତ ନଭେମ୍ବର ୨୦ ତାରିଖରେ ଟିକା ନେଇଥିଲେ। ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ଟିକା କୋଭାକ୍ସିନ ତାଙ୍କୁ ଦିଆଯାଇଥିଲା। ସ୍ଵେଚ୍ଛାକୃତ ଭାବେ ସେ ଏହି ଟିକା ନେଇଥିଲେ। କିନ୍ତୁ ଏବେ ସେ ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି।
I have been tested Corona positive. I am admitted in Civil Hospital Ambala Cantt. All those who have come in close contact to me are advised to get themselves tested for corona.
— ANIL VIJ MINISTER HARYANA (@anilvijminister) December 5, 2020
କରୋନା ମହାମାରୀ ଆରମ୍ଭ ହେବା ପରେ ବହୁ କମ୍ପାନୀ ଟିକା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। କିଛି କମ୍ପାନୀ ଟିକା ପ୍ରସ୍ତୁତ କରିସାରିଥିବା ଦାବି କରିଛନ୍ତି। କୋଭାକ୍ସିନ, ଫାଇଜର, ମୋଡେର୍ନା ଭଳି ଅନେକ ଟିକା ପ୍ରସ୍ତୁତ ହେବା ସହିତ ଏହାର ଟ୍ରାଏଲ୍ ଚାଲିଛି।
ବ୍ରିଟେନ ଫାଇଜର ଟିକାକୁ ନିଜ ଦେଶରେ ଅନୁମତି ଦେଇଛି। ୨/୪ ଦିନ ପରେ ଏହି ଦେଶରେ ଲୋକଙ୍କୁ ଟିକାକରଣ କରାଯିବ। କିନ୍ତୁ ଅନିଲ୍ ଭିଜ୍ଙ୍କ ଘଟଣା ପରେ ଟିକାର ପ୍ରଭାବଶାଳୀତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Comments are closed.