ହାଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଊର୍ଦ୍ଧ୍ୱ ଦୋକାନ

ଜଗତସିଂହପୁର: ସୋମନାଥ ହାଟରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ପିଣ୍ଡି ଜଳି ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡ କାରଣ ସ୍ପଷ୍ଟ ହୋଇନଥିବା ବେଳେ କିଛି ଅସାମାଜିକ ଯୁବକମାନେ ସିଗାରେଟ, ବିଡ଼ି କିମ୍ବା ଗଞ୍ଜେଇ ସେବନ କରୁଥିବା ବେଳେ ଏହାର ନିଆଁରେ ଏଭଳି ଭୟାବାହ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ହାଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଦମକଳ ବାହିନୀ। କିନ୍ତୁ ସେତେବେଳକୁ ଭସ୍ମୀଭୂତ ହୋଇସାରିଥିଲା ପାଖାପାଖି ୫୦ ପିଣ୍ଡି। ଜଳିଯାଇଥିବା ଦୋକାନ ଘରଗୁଡ଼ିକ ଚାଳ ଘର ହୋଇଥିବାରୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା। ଆଜି ହାଟ ବାର ଥିବାରୁ ଗୋଟିଏ ବଡ଼ଧରଣର ବିପଦ ଟଳିଯାଇଥିବା କୁହାଯାଇଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।