ଦେଶରେ ଗଡ଼ିଲା ପ୍ରଥମ ଚାଳକ ବିହୀନ ଟ୍ରେନ୍

ନୂଆଦିଲ୍ଲୀ: ଦୀର୍ଘଦିନ ପ୍ରତିକ୍ଷାର ଘଟିଲା ଅନ୍ତ। ଦେଶରେ ଗଡ଼ିଲା ପ୍ରଥମ ମାନବ ବିହୀନ ପୂର୍ଣ୍ଣ ସ୍ବଂୟଚାଳିତ ଟ୍ରେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି।ଦେଶର ପ୍ରଥମ ଡ୍ରାଇଭରଲେସ୍ ଟ୍ରେନ୍ ଦିଲ୍ଲୀ ମେଟ୍ରୋ ମଜେଣ୍ଟା ଲାଇନ୍ ଓ ପିଙ୍କ ଲାଇନ୍ରେ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାୟରେ ଡ୍ରାଇଭର ଲେସ୍ ଟ୍ରେନ୍ ୩୭ କିମି ଚଳାଚଳ କରିବ। ମଜେଣ୍ଟା ଲାଇନ୍ ଉପରେ ଜନକପୁରୀ ପଶ୍ଚିମରୁ ନୋଏଡାର ବଟାନିକାଲ ଗାର୍ଡେନ ମେଟ୍ରୋ ଷ୍ଟେସନ୍ ମଧ୍ୟରେ ଚଳାଚଳ କରିବ।
ଦିଲ୍ଲୀ ମେଟ୍ରା ଦିଲ୍ଲୀ-ଏନ୍ସିଆର ମଧ୍ୟରେ ରେଳ ସଂଯୋଗକୁ ଗୁରୁତ୍ବ ଦେଉଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ବାରା ଜାରି ହୋଇଥିବା ବୟାନ ମୁତାବକ, ଡ୍ରାଇଭର ଲେସ୍ ଟ୍ରେନ୍ ସମୂର୍ଣ୍ଣ ସ୍ବଂୟଚାଳିତ ହେବ ଓ ମନୁଷ୍ୟ ଦ୍ବାରା ହେଉଥିବା ଭୁଲର ଅନ୍ତ ଘଟିବ।
୨୦୨୧ ମସିହାରେ ପିଙ୍କ ଲାଇନରେ ୫୭ କିଲୋମିଟର ପର୍ଯ୍ୟନ୍ତ ଏହି ଡ୍ରାଇଭର ଲେସ୍ ମେଟ୍ରା ଟ୍ରେନ୍ ଚଳାଚଳ କରିବାକୁ ଯୋଜନା କରୁଛନ୍ତି ସରକାର। ଏଥିସହିତ ପ୍ରଧାନମନ୍ତ୍ରୀ ଜାତୀୟ ଏକକ ମୋବିଲିଟି କାର୍ଡ ସେବା ମଧ୍ୟ ଶୁଭାରମ୍ଭ କରିବେ। ଏୟାରପୋର୍ଟ ଏକ୍ସପ୍ରେସ୍ ଲାଇନ୍ ଦ୍ୱାରା ପ୍ରଦତ୍ତ ଏହି ସେବା ଆସନ୍ତା ୨୦୨୨ ସୁଦ୍ଧା ଦିଲ୍ଲୀ ମେଟ୍ରୋର ସମ୍ପୂର୍ଣ୍ଣ ନେଟ୍ୱର୍କରେ ଉପଲବ୍ଧ ହେବ ବୋଲି ଜଣାଯାଇଛି।