Odisha Link
Bridging the Missing Links in Odisha

ହ୍ୟାକ୍‌ ହେଲା ଫର୍‌ହା ଖାନ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍

ମୁମ୍ବାଇ: ବଲିଉଡ ସିନେ ନିର୍ମାତା ଫର୍‌ହା ଖାନ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି। ଏହା ନିଜେ ଫର୍‌ହା ଇନ୍‌ଷ୍ଟା ପୋଷ୍ଟ୍‌ ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଏହା ପୂର୍ବରୁ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ ମଧ୍ୟ ହ୍ୟାକ୍‌ ହୋଇଥିଲା। ସେ ତାଙ୍କର କମ୍ପ୍ୟୁଟର୍‌ ଇଞ୍ଜିନିୟର ସ୍ବାମୀ ଶିଶର କୁନ୍ଦରଙ୍କ ସହାୟତାରେ ଆକାଉଣ୍ଟ୍‌କୁ ରିଟ୍ରାଇଭ୍‌ କରିବାରେ ସଫଳ ହୋଇଛନ୍ତି।

ସାରା ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘ଏହା ସତ୍ୟ ଯେ ମୋ ଟ୍ବିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି। ପୂର୍ବରୁ ମୋ ଇନ୍‌ଷ୍ଟା ଆକାଉଣ୍ଟ୍‌ ବି ହ୍ୟାକ୍‌ ହୋଇଥିଲା। ମୁଁ କମ୍ପ୍ୟୁଟର୍‌ ଇଞ୍ଜିନିୟରଙ୍କ ସହାୟତାରେ ତାହାକୁ ରିଟ୍ରାଇଭ୍‌ କରିବାରେ ସଫଳ ହୋଇଛି। ଶିଶର କୁନ୍ଦରଙ୍କୁ ଧନ୍ୟବାଦ। ଆଶା କରୁଛି କି ଟ୍ବିଟର୍‌ ଆକାଉଣ୍ଟ୍‌ ବି ଖୁବ୍‌ ଶୀଘ୍ର ରିଟ୍ରାଇଭ୍‌ ହୋଇଯିବ।

ଗତ ସଂଧ୍ୟାରେ ତାଙ୍କ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବାରୁ ତାଙ୍କ ଫଲୋର୍ସମାନଙ୍କୁ ସେ ତାଙ୍କ ଆକାଉଣ୍ଟର କୌଣସି ବି ମେସେଜ୍‌ର ରିପ୍ଲାଏ ଦେବାକୁ ମନା କରିଛନ୍ତି। ଫର୍‌ହା ଆହୁରି ବି କହିଛନ୍ତି କି ଏପରି କଲେ ଆପଣମାନଙ୍କ ଆକାଉଣ୍ଟ୍‌ ମଧ୍ୟ ହ୍ୟାକ୍‌ ହୋଇପାରେ।