ମାହାଙ୍ଗା ଡବଲ୍ ମର୍ଡର ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ସାଲେପୁର: ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଫଳରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଅଭିଯୁକ୍ତକୁ କଟକରୁ ଗିରଫ କରାଯାଇଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ସ୍ପେସାଲ୍ ପୋଲିସ ଟିମ୍ ଦ୍ଵାରା ଅଭିଯୁକ୍ତକୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଗତ ୨ ତାରିଖରେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ତଥା ବିଜେପି ପ୍ରଭାରୀ କୁଳମଣୀ ବରାଳ ଏବଂ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ କୁଳମଣିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହଯୋଗୀଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଟିମ୍ ଗଠନ କରିବା ସହବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲା। ଚଢାଉ କରି ୪ଜଣ ଅଭିଯୁକ୍ତକୁ ଗିରଫ କରିଥିଲା।
ସେହିପରି ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ନୁର୍ତଙ୍ଗ ଗ୍ରାମରେ ଚଢଉ କରି ଅନ୍ୟତମ ମାଷ୍ଟର ମାଇଣ୍ଡକୁ ମଧ୍ୟ ଗିରଫ କରିଥିଲା। ଗତକାଲି ବିଳମ୍ବିତ ରାତିରେ ସ୍ପେସାଲ ପୋଲିସ ଟିମ୍ ଚଢାଉ କରି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଯାହାକୁ ମିଶାଇ ମୋଟ ଗିରଫ ସଂଖ୍ୟା ୬ରେ ପହଞ୍ଚିଛି।