ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଜୟପୁର ଏୟାରପୋର୍ଟ

ଜୟପୁର: ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଜୟପୁର ଏୟାରପୋର୍ଟ। ଆସନ୍ତା ୩ ମାସ ମଧ୍ୟରେ ନିୟମିତ ଉଡାଣ ପାଇଁ ଲାଇସେନ୍ସ ମିଳିବ। ପରେ ବିଡିଂ ଡକାଯାଇ ଏହି ବର୍ଷ ଶେଷ ସୁଦ୍ଧା ଏଠାରୁ ନିୟମିତ ଉଡାଣ ଆରମ୍ଭ ହେବ ବୋଲି ଜୟପୁରରେ ସ୍ଥିତି ସମୀକ୍ଷା ପରେ କହିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ମୁଖ୍ୟ ସଚିବ ମଧୁସୂଦନ ପାଢ଼ୀ।
ପ୍ରଥମ ପର୍ଯ୍ୟାୟରେ ୧୯ ସିଟ୍ ବିଶିଷ୍ଟ ଉଡାଜାହାଜ ଏଠାରୁ ଉଡାଣ ଆରମ୍ଭ କରିବ ଓ ପରେ ଏୟାରପୋର୍ଟ ସଂପ୍ରସାରଣ ପରେ ଏଠାରୁ ୭୨ ସିଟ୍ ବିଶିଷ୍ଟ ଉଡାଜାହାଜ ନିୟମିତ ଉଡାଣ ଆରମ୍ଭ କରିବ। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ମଧ୍ୟ ହେବ। ବାଣିଜ୍ୟ ଓ ପରିବହନ ବିଭାଗ ସଚିବଙ୍କ ସହ କୋରାପୁଟ ଜିଲ୍ଲାପାଳ, ଜୟପୁର ବିଧାୟକ , ରାସ୍ତା ବିଭାଗ ମୁଖ୍ୟ ମନୋରଞ୍ଜନ ମିଶ୍ର ପ୍ରମୁଖ ଜୟପୁରରେ ଏୟାରପୋର୍ଟରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।
୭୨ସିଟ ବିଶିଷ୍ଟ ବିମାନ ଉଡାଣ କରିବାକୁ ଯୋଜନା ଥିବା ବେଳେ ଏୟାର ଷ୍ଟ୍ରିପ ସଂପ୍ରସାରଣ ପାଇଁ ୪୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।ଏହି ଏୟାରପୋର୍ଟଟି ଉଡାଣ ଯୋଯନାରେ ସାମିଲ ହୋଇଥିଲେ ବି ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ନିୟନ୍ତ୍ରଣ ଉଡାଣରେ ଅହେତୁକ ବିଳମ୍ବ ହୋଇଛି।