ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଚଢ଼ାଉ କରାଯାଇଛି।
ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ସହକାରୀ ଯନ୍ତ୍ରୀ ପର୍ଶୁରାମଙ୍କର ଲେଫ୍ରିପଡ଼ା ପୈତୃକ ଘର, ବଡ଼ଗାଁ ଅଫିସ୍, ଡେଙ୍ଗିରାଡ଼ି ଘରେ ଚଢ଼ାଉ କରାଯାଇଛି।