ଆସନ୍ତାକାଲି ଗଡ଼ିବନି ‘ମୋ ବସ୍’

ଭୁବନେଶ୍ବର ଚାଲିବନି ‘ମୋ ବସ୍’। ଆସନ୍ତାକାଲି ସୋମବାର ରଙ୍ଗର ପର୍ବ ହୋଲି କାରଣରୁ ଅପରାହ୍ଣ ୩ଟା ଯାଏ ଗଡ଼ିବନି ‘ମୋ ବସ୍’। ଏନେଇ କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏଥିସହ ମାଷ୍ଟର କ୍ୟାଣ୍ଟିନ୍ ବସ୍ ଟର୍ମିନାଲରେ ଥିବା ପାସ୍ କାଉଣ୍ଟର ଆସନ୍ତାକାଲି ବନ୍ଦ ରହିବ। ହୋଲିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରେ ରହି ହୋଲି ଖେଳିବାକୁ ନିର୍ଦ୍ଦେଶ ଦେଇଛନ୍ତି।