Odisha Link
Bridging the Missing Links in Odisha

୮ ରାଜ୍ୟରେ ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ୮ ରାଜ୍ୟରେ ନୂଆ ରାଜ୍ୟପାଳ। ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। କର୍ଣ୍ଣାଟକ ରାଜ୍ୟପାଳ ହେଲେ ଥାୱରଚନ୍ଦ ଗେହଲଟ। ମିଜୋରାମ ରାଜ୍ୟପାଳ ହେଲେ ହରିବାବୁ କମ୍ଭଂପତି, ମଂଗୁଭାଇ ଛଗନଭାଇ ପଟେଲ ହେଲେ ମଧ୍ୟପ୍ରଦେଶ ରାଜ୍ୟପାଳ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ହେଲେ ହିମାଚଳ ପ୍ରଦେଶ ରାଜ୍ୟପାଳ, ଶ୍ରୀଧରନ ପିଲାଇ ହେଲେ ଗୋଆ ରାଜ୍ୟପାଳ।

ସେହିପରି ସତ୍ୟଦେବ ନାରାୟଣ ଆର୍ଯ୍ୟ ହେଲେ ତ୍ରିପୁରା ରାଜ୍ୟପାଳ, ରମେଶ ବୈଶ ହେଲେ ଝାଡ଼ଖଣ୍ଡ ରାଜ୍ୟପାଳ; ବନ୍ଦାରୁ ଦତ୍ତାତ୍ରେୟ ହେଲେ ହରିୟାଣା ରାଜ୍ୟପାଳ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।