Odisha Link
Bridging the Missing Links in Odisha

ମାତୃତ୍ବରେ ଲାଗିଲା କଳଙ୍କ: ନିଜର ୩ ବର୍ଷ ଶିଶୁକୁ ତଣ୍ଟିଚିପି ମାରିଦେଲା ମା’

ଆନନ୍ଦପୁର: ମାତୃତ୍ବରେ ଲାଗିଲା କଳଙ୍କ। ଗର୍ଭ ଯନ୍ତ୍ରଣା ସହି ନିଜେ ଜନ୍ମ ଦେଇଥିବା ଶିଶୁକୁ ତଣ୍ଟି ଚିପି ମାରିଦେଲା ମା’। ଭୁଲିଗଲା ସବୁ ରକ୍ତର ସମ୍ପର୍କ। ପାରିବାରିକ କଳହକୁ କେନ୍ଦ୍ରକରି ଏପରି କରିଥିବା ଅଭିଯୋଗ ହୋଇଛି।

ଶାଶୂ ଉପରେ ରାଗ ଶୁଝାଇବାକୁ ଯାଇ ନିଜର ୩ ବର୍ଷର ଶିଶୁପୁତ୍ରର ତଣ୍ଟି ଚିପି ହତ୍ୟା କରି ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ।

ସୂଚନା ମୁତାବକ, କେନ୍ଦୁଝର ନନ୍ଦିପଦା ଥାନା ଜଗନ୍ନାଥପୁର ଗାଁର ବିଶ୍ୱଜିତ ପ୍ରଧାନ ଘରେ ନଥିବା ବେଳେ ତାଙ୍କ ପତ୍ନୀ ମୋନାଲିଶା ଓ ମାଆଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଏତେ ବଢ଼ିଯାଇଥିଲା ଯେ, ମୋନାଲିଶା ଉତ୍‌କ୍ଷିପ୍ତ ହୋଇ ନିଜର ୩ ବର୍ଷର ଶିଶୁ ପୁତ୍ରର ତଣ୍ଟି ଚିପି ମାରିଦେଇ ନିଜେ ବିଷ ପିଇଦେଇଲେ।

ଖବର ପାଇ ବିଶ୍ୱଜିତ ଘରେ ପହଞ୍ଚିଥିଲେ। ମୋନାଲିଶାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.