Odisha Link
Bridging the Missing Links in Odisha

ଆଜି ଦିନ ୧୧ଟା ବେଳେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ। ଦିନ ୧୧ଟା ବେଳେ ଅନୁଷ୍ଠିତ ହେବ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ପରେ ଏହା ହେବ ୨ୟ କ୍ୟାବିନେଟ୍ ବୈଠକ ହେବ। ମୋଦୀ ସରକାର ଗତ ଜୁଲାଇ ୭ରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିଥିଲେ।

ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ସେ ସମ୍ପର୍କରେ ଏହି କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇପାରେ। ଏହି କ୍ୟାବିନେଟ୍ ବୈଠକ ଭର୍ଚୁଆଲ ମୋଡରେ ନ ହୋଇ ପ୍ରତ୍ୟକ୍ଷଭାବେ ଅନୁଷ୍ଠିତ ହେବ। ଶେଷ ଥର ପାଇଁ ଏକ ପ୍ରତ୍ୟକ୍ଷ ଭାବେ କ୍ୟାବିନେଟ୍ ବୈଠକ ଗତ ବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.