Odisha Link
Bridging the Missing Links in Odisha

ଟ୍ରାଫିକ ପୁଲିସଙ୍କ ମହନୀୟତା

ରାଉରକେଲା: ରାଉରକେଲାରେ ସ୍ୱରେଜ କାମ ଅଧପନ୍ତରିଆ ହୋଇ ଥିବା ବେଳେ ଲଗାଣ ବର୍ଷାରେ ରାସ୍ତାର ସ୍ଥିତିକୁ ଆହୁରି ବେହାଲ ହୋଇପଡିଛିl ମୁଖ୍ୟ ମାର୍ଗ ମଂଗଳଭବନ ନିକଟରେ ସୃଷ୍ଟି ହୋଇଛି ବଡ଼ ବଡ଼ ଗର୍ତ୍ତl ଦୁର୍ଘଟଣା ଏଡ଼ାଇବାକୁ ବାରମ୍ବାର ଅଭିଯୋଗ ସ୍ୱତ୍ତ୍ବେ ଫଳ ଶୂନl ଏଭଳି ସ୍ଥିତିରେ ବର୍ଷାରେ ଭିଜି ଡିଉଟି କରୁଥିବା ଜଣେ ଟ୍ରାଫିକ ପୁଲିସ ଦେଖାଇଛନ୍ତି ମହନୀୟତାl

ବର୍ଷାରେ ଭିଜି ଭିଜି ଗାତଗୁଡିକୁ ପୋତିଛନ୍ତି ଟ୍ରାଫିକ କର୍ମଚାରୀ ରଞ୍ଜନ ସାହୁl ଏଥିରେ ତାଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସହାୟତା କରୁଛନ୍ତିl ବର୍ଷାରେ କାର୍ଯ୍ୟରତ ରଞ୍ଜନଙ୍କ ଏଭଳି କାମକୁ ସ୍ଥାନୀୟ ବ୍ୟବସାୟୀ ଓ ପଥଚାରୀ ବେଶ ପ୍ରଶଂସା କରିଛନ୍ତିl