Odisha Link
Bridging the Missing Links in Odisha

ମହଙ୍ଗା ହେଲା ସୁନା ଓ ରୁପା

ନୂଆଦିଲ୍ଲୀ: ଦେଶରେ ଦରଦାମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ସୁନା ଓ ରୁପା ଦାମ ବୃଦ୍ଧି ପାଇଛି। ଆଜି ସୁନା ଦର ୪୪୬ ଟଙ୍କା ବୃଦ୍ଧି ପାଇଛି। ଯାହାଫଳରେ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୪୬,୪୬୦ ଟଙ୍କା ରହିଛି। ସୂଚନାଯୋଗ୍ୟ, ସୋମବାର ଦିନ ୧୦ ଗ୍ରାମ ସୁନାର ଦାମ ଦିଲ୍ଲୀରେ ୪୬,୦୧୪ ଟଙ୍କା ଥିଲା।

ସୁନା ପରି ରୁପା ଦାମବି ମହଙ୍ଗା ହୋଇଛି। ରୁପାର କେଜି ପିଛା ଦାମ ୮୮୮ ଟଙ୍କା ମହଙ୍ଗା ହେବାରୁ ଦିଲ୍ଲୀରେ ଏହାର ଦାମ ୬୨,୪୫୨ ଛୁଇଁଛି। ଗତକାଲି ରୁପା କେଜି ପିଛା ୬୧,୫୬୪ ଟଙ୍କାରେ ବିକ୍ରି ହେଉଥିଲା।

ଅନ୍ୟପକ୍ଷରେ ଡଲାର ତୁଳନାରେ ଟଙ୍କାର ଚାହିଦା ହ୍ରାସ ପାଇଛି। ଆଜି ମାର୍କେଟ ଖୋଲିବା କ୍ଷଣି ଡଲାର ତୁଳନାରେ ଟଙ୍କାର ଦାମ ୩ ପଇସା ହ୍ରାସ ପାଇଥିଲେ। ଏବେ ଗୋଟିଏ ଡଲାରର ମୂଲ୍ୟ ୭୪.୨୭ ଟଙ୍କା ରହିଛି।