ସେପ୍ଟେମ୍ବର ମାସ ପାଇଁ କେନ୍ଦ୍ରର ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏବଂ ତୃତୀୟ ଲହର ଆଶଙ୍କା ଥିବାରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ଚିଠି ଲେଖି ସତର୍କ କରାଇଛି କେନ୍ଦ୍ର। ଗହଳି ସ୍ଥାନରେ କଟକଣା କଡାକଡି କରିବାକୁ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା। ଟେଷ୍ଟିଂ, ଟ୍ରାକିଂ ଓ ଟିକାକରଣକୁ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ ରହିଛି।
ଏଥିସହ କେରଳରେ ସଂକ୍ରମଣ ବଢ଼ି ଚାଲିଥିବାରୁ ଏଥିପ୍ରତି ସରକାର ସତର୍କ ଥିବା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଯଦିଓ ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି, ହେଲେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ନୂଆ ଗାଇଡଲାଇନ ଆଣିବେ ବୋଲି ସେ ସୂଚନା ଦେଇଛନ୍ତି। ଆସନ୍ତା ୩୧ରେ ଅଗଷ୍ଟ ଗାଇଡଲାଇନ ଶେଷ ହେଉଥିବାରୁ ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ କିଭଳି ମାର୍ଗଦର୍ଶିକା ଜାରି କରିବେ ଏହା ଉପରେ ରହିଛି ସମସ୍ତଙ୍କ ନଜର ରହିଛି।