Odisha Link
Bridging the Missing Links in Odisha

ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୭ ବାଳିକା ମୃତ

ଝାଡଖଣ୍ଡ: ମୂର୍ତ୍ତି ବିସଜର୍ନ ବେଳେ ବଡ଼ ଧରଣର ଅଘଟଣ। ପାଣିରେ ବୁଡ଼ି ୭ଜଣ ବାଳିକାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଝାଡଖଣ୍ଡର ଲାତେହାରର ବାଲୁମାଥ ଥାନା ଅଞ୍ଚଳରେ ଥିବା ଶେରେଗାଡ଼ା ଗ୍ରାମରେ ଘଟିଛି। ବିଶ୍ୱକର୍ମା ପୂଜା ପାଇଁ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ସମୟରେ ଏହି ୭ଜଣ ବାଳିକା ବୁଡି ଯାଇଛନ୍ତି। ମୃତକଙ୍କ ବୟସ ୧୦ରୁ ୨୦ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି।

ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ତିନି ଜଣ ଝିଅ ନିଜ ଭଉଣୀ ଥିଲେ। ମୃତକ ମାନେ ହେଲେ ରେଖା କୁମାରୀ(୧୮), ଲକ୍ଷ୍ମୀ କୁମାରୀ(୮), ରୀନା କୁମାରୀ(୧୧), ମୀନା କୁମାରୀ(୮), ପିଙ୍କି କୁମାରୀ(୧୫), ସୁଷମା କୁମାରୀ(୭), ସୁନୀତା କୁମାରୀ(୧୭) । ଏମାନେ ବିସର୍ଜନ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିଲା। ବୁଡ଼ି ଯିବା ପରେ ଗାଁ ଲୋକ ମାନେ ଯେତେବେଳେ ଝିଅ ମାନଙ୍କୁ ଉଦ୍ଧାର କରିବାପାଇଁ ପହଞ୍ଚିଥିଲେ ସେତେବେଳେ ଝିଅ ମାନେ ବୁଡ଼ିଯାଇଥିଲେ ଓ ବାହାରକୁ ଆଣିବା ବେଳେ ସେମାନଙ୍କ ମୃତ୍ୟୁ ବି ହୋଇଯାଇଥିଲା।

Leave A Reply

Your email address will not be published.