Odisha Link
Bridging the Missing Links in Odisha

ଭାରତରେ ୩.୨ ଲକ୍ଷ କୋଟି ନିବେଶ କରିବ ଏହି ଦେଶ, ପିଏମ୍‌ ମୋଦି କଲେ ଘୋଷଣା

ଓଏଲ୍‌ ବ୍ୟୁରୋ: କୋଟିଏକି ୨ କୋଟି ନୁହେଁ ଭାରତରେ ୪୨ ବିଲିୟନ ଡଲାର ବା ୩.୨ ଲକ୍ଷ କାେଟି ଟଙ୍କାର ପୁଞ୍ଜି ନିବେଶ କରିବ ଜାପାନ। ଆସନ୍ତା ୫ ବର୍ଷ ମଧ୍ୟରେ ଏତେ ଟଙ୍କା ଜାପାନା ପୁଞ୍ଜି ନିବେଶ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

ପିଏମ୍‌ ମୋଦି କହିଛନ୍ତି, ଭାରତରେ ପୁଞ୍ଜିନିବେଶ ପରିମାଣକୁ ବୃଦ୍ଧି କରିବାକୁ ଜାପାନ ଲକ୍ଷ୍ୟ ରଖିଛି। ଜାପାନ ସରକାର ଆସନ୍ତା ୫ ବର୍ଷରେ ୫ ଟ୍ରିଲିୟନ ୟେନ ବା ୩.୨ ଲକ୍ଷ କୋଟି ଟଙ୍କା ନିବେଶ କରିବେ। ଆଜି ଏନେଇ ନିଷ୍ପତ୍ତି ହୋଇଛି। ଏହା ଦୁଇ ଦେଶ ମଧ୍ୟରେ ଗଢ଼ିଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ। ଭିତ୍ତିଭୂମି ଠାରୁ ଆରମ୍ଭ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଏହି ପୁଞ୍ଜିନିବେଶ ହେବ।

ପିଏମଓ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ଦୁଇ ଦେଶର ନେତାଙ୍କ ମଧ୍ୟରେ ବେଶ ସକାରାତ୍ମକ ଆଲୋଚନା ହୋଇଛି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ଅର୍ଥନୀତିକ ଓ ସାଂସ୍କୃତିକ ସମ୍ପର୍କକୁ ଅଧିକ ଦୃଢ଼ କରିବା ଉପରେ କଥାବାର୍ତ୍ତା କରିଛନ୍ତି।