Odisha Link
Bridging the Missing Links in Odisha

‘ବାସ୍ତବ ଇଣ୍ଡିଆ’ର ସଭାପତି ଓ ସମ୍ପାଦକ ଠକେଇ ଅଭିଯୋଗରେ ଗିରଫ

୪ କୋଟି ଟଙ୍କା ଆଦାୟ କରିବା ପରେ ଦୁଇ ଜଣ କଂପାନିକୁ ବନ୍ଦ କରି ଫେରାର୍ ହୋଇଯାଇଥିଲେ

ଓଏଲ୍ ବ୍ୟୁରୋ : ଛାତ୍ରବୃତ୍ତି ଦେବା ଉଦ୍ଦେଶ୍ୟରେ ୪ କୋଟି ଟଙ୍କା ଠକେଇ। ବାସ୍ତବ ଇଣ୍ଡିଆର ସଭାପତି ଓ ସଂପାଦକଙ୍କୁ ଗିରଫ କରାଯାଇଛି ୪ କୋଟି ଟଙ୍କା ଠକେଇ ଅଭିଯୋଗରେ। ଉଭୟଙ୍କୁ  ଗତ ୧୧ ତାରିଖରେ ରାଞ୍ଚିରୁ ଗିରଫ କରାଯାଇଥିବାବେଳେ ଭୁବନେଶ୍ୱର ଅର୍ଥ‌ନୈତିକ ଅପରାଧ ଶାଖା ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି। ଅଭିଯୁକ୍ତ ଦୁଇଜଣ ହେଲେ ବାସ୍ତବ ଇଣ୍ଡିଆର ସଭାପତି ତନଭିର ନାଜରୀ ଓ ସଂପାଦକ ମହମ୍ମଦ ଅବୁଲ ହସନେନ୍। ଘଟଣା ସଂପର୍କରେ ପୁଲିସ ନିକଟରେ ଠକେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ ହୋଇଥିଲା ଏବଂ ଦୁଇ ଅଭିଯୁକ୍ତଙ୍କୁ  ଝାରଖଣ୍ଡର ରାଞ୍ଚିରୁ ଗିରଫ କରାଯାଇଥିଲା।

ଖବର ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ଦେବା ଉଦ୍ଦେଶ୍ୟରେ ‘ବାସ୍ତବ ଇଣ୍ଡିଆ’ ‘ଛୁଲୋ ଆସମାନ’ ନାଆଁରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କଠାରୁ ୪ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ‌ରାଜଧାନୀର ବମିଖାଲରେ ତନଭିର ନାଜରୀ ଓ  ମହମ୍ମଦ ଅବୁଲ ହସନେନ୍ ‘ବାସ୍ତବ ଇଣ୍ଡିଆ’ର ଶାଖା ଅଫିସ ଖୋଲିଥିଲେ। ୪ କୋଟି ଟଙ୍କା ଆଦାୟ କରିବା ପରେ ଦୁଇ ଜଣ କଂପାନିକୁ ବନ୍ଦ କରି ଫେରାର୍ ହୋଇଯାଇଥିଲେ। ଘଟଣା ଘଟିବା ପରେ ଠକେଇ ଅଭିଯୋଗରେ ୨ଜଣ ଗିରଫ ହୋଇଛନ୍ତି।