Odisha Link
Bridging the Missing Links in Odisha

ପୋଖରୀରେ ବୁଡ଼ି ଶିଶୁ କନ୍ୟା ମୃତ

କୁନି ଝିଅଟି ଖେଳୁଥିବା ବେଳେ ଘର ପଛରେ ଥିବା ପୋଖରୀରେ ପଡ଼ିଯାଇଥିଲା

ଓଏଲ୍‌ ବ୍ୟୁରୋ : ପୋଖରୀରେ ବୁଡ଼ି ଚାଲିଗଲା ଦେଢ଼ ବର୍ଷର ଶିଶୁ କନ୍ୟାର ଜୀବନ। ଏହି ଅଭାବନୀୟ ଘଟଣା ଉଦଳା କପ୍ତିପଦା ଥାନା ଗେଣ୍ଡାଗଡ଼ିଆ ଗାଁରେ ଘଟିଥିବା ଜଣା ପଡିଛି। ସୂଚନା ଅନୁସାରେ କୁନି ଝିଅଟି ଖେଳୁଥିବା ବେଳେ ଘର ପଛରେ ଥିବା ପୋଖରୀରେ ପଡ଼ିଯାଇଥିଲା। ପୋଖରୀରେ ବୁଡ଼ିଯିବାରୁ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ପୋଖରୀରେ ବୁଡ଼ି ଶିଶୁ କନ୍ୟାର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ଜଣା ପଡିଛି।