‘ଡ୍ରପଆଉଟ ରେସିଓରେ ଭାରତରେ ଓଡ଼ିଶା ଏକ ନମ୍ବର’
ମାଟ୍ରିକ ପରୀକ୍ଷାରେ ୧୫ ହଜାରରୁ ଅଧିକ ପିଲା ଅନୁପସ୍ଥିତ ରହିଛନ୍ତି।

ଓଏଲ୍ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳୀୟ କର୍ମୀମାନେ ମୁହାଁମୁହିଁ ହେଉଥିବା ଜଣା ପଡୁଛି। ତେବେ ମାଟ୍ରିକ ପରୀକ୍ଷାରେ ପିଲା ଅନୁପସ୍ଥିତ ରହିବାକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗୃହରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଡ୍ରପଆଉଟ ରେସିଓରେ ଭାରତରେ ଓଡିଶା ଏକ ନମ୍ବର ସ୍ଥାନ ଅଧିକାର କରିଛି।
ମାଟ୍ରିକ ପରୀକ୍ଷାରେ ୧୫ ହଜାରରୁ ଅଧିକ ପିଲା ଅନୁପସ୍ଥିତ ରହିଛନ୍ତି। ପରୀକ୍ଷା ବେଳେ ମନ୍ତ୍ରୀ ସ୍କୁଲ ପରିଦର୍ଶନ ନାଁରେ ପିଲାଙ୍କ ସହ ଫଟୋ ଉଠାଉଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା। ଏହାଦ୍ୱାରା ପିଲାଙ୍କ ସ୍ଥିରତା ଉପରେ ପ୍ରଭାବ ପଡୁ ନାହିଁ କି, ବୋଲି ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ସହ ମନ୍ତ୍ରୀଙ୍କ ଉତ୍ତର ଦାବି କରିଛନ୍ତି ଜୟନାରାୟଣ ମିଶ୍ର। ସେ ଆହୁରି ମଧ୍ୟ କହିଛନ୍ତି, ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି, ପିଲା ଅ ଠୁ କ୍ଷ ଯାଏଁ ଜାଣିନାହାନ୍ତି।
ଏବେ ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବସିଛନ୍ତି। ଏହା କଣ ସରକାରଙ୍କ ୫ଟି ବୋଲି ଶୂନ୍ୟକାଳରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଗତକାଲି ବିଧାନସଭାରେ ୫ଟିକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରଶ୍ନ କରିଥିଲେ। ତେବେ ଆଜି ଆଉ ଥରେ ମାଟ୍ରିକ ପରୀକ୍ଷାରେ ପିଲା ଅନୁପସ୍ଥିତ ରହିବାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ଜୟ ନାରାୟଣ ମିଶ୍ର।