Odisha Link
Bridging the Missing Links in Odisha

ଅଚଳାଚଳ ସଂପତ୍ତି ପଡ଼ିଲା ଭାରି, ଗିରଫ ହେଲେ ଯୋଗାଣ ଅଧିକାରୀ

ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା।

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଲେ ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ।

ଖବର ଅନୁସାରେ, ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀଙ୍କ ଭୁବନେଶ୍ବରରେ ୫ଟି ବଡ଼ କୋଠା, ଫାର୍ମ ହାଉସ୍, ମାର୍କେଟ କଂପ୍ଲେକ୍ସ ଠାବ। ଭୀମଟାଙ୍ଗିରେ ୨ ମହଲା ଓ ରାଜାରାଣୀ କଲୋନୀରେ ୩ ମହଲା କୋଠା ଠାବ। ଏହା ସହ ଶିଶୁପାଳଗଡ଼ରେ ଗୋଟିଏ, ଲୁଇସ୍ ରୋଡ୍‌ରେ ଗୋଟିଏ କୋଠା। ରାଜାରାଣୀ କଲୋନୀରେ ଆଉ ଗୋଟିଏ ୩ ମହଲା କୋଠା ବି ଠାବ। ନିମାପଡ଼ାରେ ଫାର୍ମ ହାଉସ୍ ଓ ୧୦ଟି ଦୋକାନ ଥିବା ମାର୍କେଟ କଂପ୍ଲେକ୍ସ। ୬୦ ଲକ୍ଷର ବ୍ୟାଙ୍କ ଜମା, ଗୋଟିଏ ହୋଣ୍ଡା କାର୍ ଓ ୨ଟି ବାଇକ୍ ଠାବ। ଏହି ଚଢାଉରେ ୨ଜଣ ଡିଏସପି ଏବଂ ୬ ଜଣ ଇନ୍ସପେକ୍ଟର ସାମିଲ ରହିଥିଲେ।