Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ୟୁଜି ଓ ପିଜି ନାମଲେଖା ପାଇଁ ସାନି ବିଜ୍ଞପ୍ତି, ଆସନ୍ତା ୨୮ରେ ଆସିବ ମେରିଟ୍‌ ଲିଷ୍ଟ

ଓଏଲ୍‌ ବ୍ୟୁରୋ: ୟୁଜି ଆଡମିଶନ ପାଇଁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ୧ମ ପର୍ଯ୍ୟାୟରେ ଆଡମିଶନ କରିଥିଲେ ବି ପୁନଃ ଆବେଦନ କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଡମିଶନ ପାଇଁ ଆବେଦନ କରିହେବ। ଛାତ୍ରଛାତ୍ରୀଙ୍କଠାରୁ ଅଭିଯୋଗ ପାଇଲା ପରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ୟୁଜି ପାଇଁ ୧୬ ତାରିଖ ଯାଏଁ ଚାଲିବ ଆବେଦନ ପ୍ରକ୍ରିୟା। ଦ୍ବିତୀୟ ପର୍ଯ୍ୟାୟ ପିଜି ଆଡମିଶନ ପାଇଁ ତାରିଖ ପ୍ରକାଶ ପାଇଛି। ସେପ୍ଟେମ୍ବର ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯିବା। ଆସନ୍ତା ୨୮ ତାରିଖରେ ପିଜି ଆଡମିଶନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି।