Odisha Link
Bridging the Missing Links in Odisha

ଆନ୍ଧ୍ର ସଡ଼କ ଦୁର୍ଘଟଣା: ମିଳିଲା ୪ ମୃତକଙ୍କ ପରିଚୟ

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ତାଭନମପାଲେ ମଣ୍ଡଳରେ ହୋଇଥିବା ଦୁର୍ଘଟଣାରେ ୪ ଓଡ଼ିଆଙ୍କ ପ୍ରାଣ ଯାଇଥିବା ସୂଚନା ରହିଛି। ଆମ୍ବୁଲାନ୍ସ ଲରି ସହ ଧକ୍କା ହେବା ପରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଗୁରୁତର ଭାବେ ଆହତ ହୋଇଛନ୍ତି। ଜୀବନ ହରାଇଥିବା ୪ ମୃତକଙ୍କ ପରିଚୟ ଜଣା ପଡିଛି। ୪ ମୃତକଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ଅବସ୍ତିତ।

ମିଳିଥିବା ରିପୋର୍ଟ ଅନୁସାରେ, ମୃତକ ୪ ଜଣ ଓଡ଼ିଶାର। ରୋଗୀ ଧରି ବେଙ୍ଗଲୁରୁ ଭିକ୍ଟୋରିଆ ହସ୍ପିଟାଲ ଯିବା ବେଳେ ଦୁର୍ଘଟଣା ଘଟିଛି। ପୁଥଲପାଟୁ-ନାଇଡୁପେଟା ଏନ୍‌ଏଚ୍‌ରେ ଆମ୍ବୁଲାନ୍ସକୁ ଲରି ଧକ୍କା ଦେବା ପରେ ଏଭଳି ଘଟଣା ଘଟିଛି। ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ମହିଳା ଥିବା ସୂଚନା ରହିଛି।

Leave A Reply

Your email address will not be published.