Odisha Link
Bridging the Missing Links in Odisha

ବଢୁଛି ହୀରାକୁଦ ଜଳସ୍ତର, ଖୋଲିଲା ଡ୍ୟାମ୍‌ର ଆଉ ୨ଟି ଗେଟ୍

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଛି। ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଛି। ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୧୫ ଫୁଟରେ ପହଂଚିଛି। ହୀରାକୁଦକୁ ପ୍ରବେଶ କରୁଛି ୨ ଲକ୍ଷ ୨୯ ହଜାର ୪୫୮ ଘନଫୁଟ ବନ୍ୟାଜଳ। ହୀରାକୁଦରୁ ନିଷ୍କାସିତ ହେଉଛି ୭୨ ହଜାର ୧୯୦ କ୍ୟୁସେକ ଜଳ। ପୂର୍ବରୁ ୨୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିଲା।