Odisha Link
Bridging the Missing Links in Odisha

ସଂକ୍ରମଣକୁ ରୋକିବାକୁ ପ୍ରୟାସ, ଓଡ଼ିଶାରେ ଆରମ୍ଭ ହେବ ୱାନ ହେଲଥ କାର୍ଯ୍ୟକ୍ରମ

ଓଏଲ୍‌ ବ୍ୟୁରୋ: ୱାର୍ଲଡ ହେଲଥ ଅର୍ଗାନାଇ ଜେସନ ଦ୍ଵାରା ପ୍ରସ୍ତାବିତ ୱାନ ହେଲଥ କାର୍ଯ୍ୟକ୍ରମକୁ ପାଇଲଟ ପ୍ରକଳ୍ପ ଆଧାରରେ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉଛି। ସାରା ଦେଶରେ ଓଡ଼ିଶା ସମେତ ୪ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଏହା ଅଧୀନରେ ଜୁନୋଟିକ ଡିଜିଜ ଅର୍ଥାତ୍ ଆନ୍ଥ୍ରାକ୍ସ, ରାବିଜ, ସ୍କ୍ରବ ଟାଇଫସ, ନିପା ଭାଇରସ ଭଳି ପଶୁଠାରୁ ମଣିଷ ଶରୀରକୁ ଆସୁଥିବା ରୋଗ ମୁକାବିଲା ଲାଗି ମିଳିତ କାର୍ଯ୍ୟନୁଷ୍ଠାନ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ୱାନ ହେଲଥ କାର୍ଯ୍ୟକ୍ରମ ପାଇଁ ସ୍ଵାସ୍ଥ୍ୟ ବିଭାଗ ସହ ପଶୁ ସମ୍ପଦ, କୃଷି ଓ ବନ୍ୟପ୍ରାଣୀ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ। ଏହା ଅଧୀନରେ ଜୁନୋଟିକ ଡିଜିଜ୍ ପାଇଁ ତିଆରି ହେବ ସ୍ବତନ୍ତ୍ର ରାଜ୍ୟସ୍ତରୟ ଆକ୍ସନ ପ୍ଲାନ ଓ ଜିଲ୍ଲା ସ୍ତରୀୟ ଆକ୍ସନ ପ୍ଲାନ। କେଉଁ ଜିଲ୍ଲାରେ କେଉଁ ଜୁନୋଟିକ ରୋଗ ଅଧିକ ହେଉଛି ତାହାର ମ୍ୟାପିଂ କରାଯିବ। ଏହାସହ ରାଜ୍ୟରେ ଜୁନୋଟିକ ରୋଗ ପରୀକ୍ଷା ଲାଗି ସେଣ୍ଟିନାଲ ଲାବୋରେଟରି ଓ ମେଡିକାଲ କଲେଜ ଲାବୋରେଟରୀଗୁଡ଼ିକୁ ଅଧିକ ସଶକ୍ତ କରାଯିବ ବୋଲି ଆଶା କରାଯାଉଛି।