Odisha Link
Bridging the Missing Links in Odisha

ଦିଲ୍ଲୀରେ ହାଲୁକା ବର୍ଷା; ବାୟୁ ପ୍ରଦୂଷଣରୁ ସାମାନ୍ୟ ତ୍ରାହି

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରାଯିବାକୁ ନିଷ୍ପତି ନିଆଯାଇଥିବାବେଳେ କାଲି ରାତିରେ ହାଲୁକା ବର୍ଷା ହୋଇଛି। ପାଗରେ ପରିବର୍ତ୍ତନ ହେବାରୁ ବାୟୁ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ମିଳିଛି।

ହାଲୁକା ବର୍ଷା ପରେ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ-ନୋଇଡାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି। ବର୍ଷା ପରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪ ଶହରୁ ହ୍ରାସ ହୋଇ ଶହେରେ ପହଞ୍ଚିଥିବା ଜଣା ପଡିଛି। ପ୍ରଦୂଷଣକୁ ଦେଖି ସରକାର କୃତ୍ରିମ ବର୍ଷା ଯୋଜନା କରୁଥିବା ବେଳେ ରାତିର ବର୍ଷା ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ଦେଇଛି।