କ୍ୟାବିନେଟ ନିଷ୍ପତି: ରୂପାନ୍ତରଣ ହେବ କୃଷି ବିଶ୍ୱବିଦ୍ୟାଳୟ

ଓଏଲ୍ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଗରୁତ୍ୱପୂର୍ଣ ପ୍ରସ୍ତାବରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୩ଟି ପ୍ରସ୍ତାବରେ ମୋହର ବାଜିଛି। ରାଜସ୍ବ, କୃଷି ଓ ଆଇଟିରେ ମୋଟ ୩ଟି ପ୍ରସ୍ତାବରେ ମୋହର ଲାଗିଛି। କୃଷି ବିଶ୍ୱବିଦ୍ୟାଳୟର ରୂପାନ୍ତରଣ କରାଯିବ। ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଏକ ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି।
ତେବେ ବହୁ ଚର୍ଚ୍ଚିତ ଆଦିବାସୀ ଜମି ବିକ୍ରି ନିୟମ ପ୍ରତ୍ୟାହାର କରିଛନ୍ତି ସରକାର। ଶେଷରେ ଆଜି କ୍ୟାବିନେଟ ବୈଠକରେ ଆଦିବାସୀ ଜମି ହସ୍ତାନ୍ତର ନିୟମ ପ୍ରତ୍ୟାହୃତ ହୋଇଛି। ପ୍ରତ୍ୟାହାର ନିଷ୍ପତ୍ତିକୁ କ୍ୟାବିନେଟ ମୋହର ବାଜିଥିବା ସୂଚନା ମିଳିଛି। ରାଜ୍ୟ ସରକାର ବିଦ୍ଧିବଦ୍ଧ ଭାବେ ଏ ନେଇ କିଛି ଘୋଷଣା କରିନାହାନ୍ତି।
ପୁନର୍ବିଚାର ହେବ ସଂଶୋଧିତ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି ନିଆଯାଇଛି। ପୁନର୍ବିଚାର ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦ ନିକଟକୁ ପଠାଯାଇଛି। ତର୍ଜମା କରିବାକୁ ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିସ ଦିଆଯାଇଛି। ୧୪ରେ ଆଦିବାସୀ ଆଇନରେ ସଂଶୋଧନ ପ୍ରସ୍ତାବ ପାରିତ ହୋଇଥିଲା। ବିବାଦ ପରେ ୧୬ ତାରିଖରେ ନିଷ୍ପତ୍ତି ସ୍ଥଗିତ ରଖାଯାଇଥିଲା। ନିଷ୍ପତ୍ତି ସ୍ଥଗିତ ସତ୍ତ୍ୱେ ବିରୋଧୀଙ୍କ ବିରୋଧ ଜାରି ରହିଥିଲା।