Odisha Link
Bridging the Missing Links in Odisha

ସୃଷ୍ଟି ହେଲା ଲଘୁଚାପ; ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା!

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରିଛି। ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ପଶ୍ଚିମ ଉତ୍ତର ଦିଗରେ ଗତି କରି ଅବପାତ ରୂପ ନେବ। ୨୯ରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟା ସମ୍ଭାବନା ରହିଛି। ତେବେ ଓଡ଼ିଶାର ଏହାର କେତେ ପରିମାଣର ପ୍ରଭାବ ରହିଛି କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।