Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଗିରଫ ହେଲେ କୁବେଲ ପୁଲିସ ବାବୁ

ଓଏଲ୍‌ ବ୍ୟୁରୋ: ଗିରଫ ହେଲେ କୋରାପୁଟ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ। ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସ ଗିରଫ କରିଛି। ଗତକାଲି ଇନ୍ସପେକ୍ଟର ଶ୍ରୀ ଶତପଥୀ ବୈପାରୀଗୁଡ଼ାରୁ କଟକ ଆସୁଥିବାବେଳେ ଭିଜିଲାନ୍ସ ତାଙ୍କୁ ପିଛା କରିଥିଲା। ବସ୍ ଭିତରେ ତାଙ୍କଠୁ ନଗଦ ୨.୭୦ଲକ୍ଷ ଟଙ୍କା ଜବତ କରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶ୍ରୀ ଶତପଥୀଙ୍କଠୁ ୩୭.୨୭ଲକ୍ଷ ଟଙ୍କା ନଗଦ ଜବତ କରିଥିବା ଜଣାପଡ଼ିଛି।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଶେଷ ସୂତ୍ର ଆଧାରରେ ଭିଜିଲାନ୍ସର ଏକ ଟିମ୍‌ ଶ୍ରୀ ଶତପଥୀ କଟକ ଆସୁଥିବା ବସ୍‌କୁ ପିଛା କରିଥିଲା।ତାଙ୍କଠୁ ନଗଦ ୨.୭୦ଲକ୍ଷ ଟଙ୍କା ଜବତ କରିବା ପରେ ଏକକାଳୀନ ଚଢ଼ଉ କରି ତାଙ୍କର ବୈପାରୀଗୁଡ଼ା ସରକାରୀ କ୍ୱାର୍ଟର୍ସରୁ ୩ଲକ୍ଷ ଟଙ୍କା, ବୈପାରୀଗୁଡ଼ା ପୁଲିସ ଷ୍ଟେସନସ୍ଥିତ ଅଫିସରୁ ୧.୮୦ଲକ୍ଷ ଟଙ୍କା ଓ କଟକସ୍ଥିତ ସରକାରୀ କ୍ୱାର୍ଟର୍ସରୁ ୨୯.୭୭ଲକ୍ଷ ଟଙ୍କା ନଗଦ ଜବତ କରିଛି। ଏହି ସମସ୍ତ ନଗଦ ଅର୍ଥକୁ ମିଶାଇଲେ ମୋଟ ୩୭.୨୭କ୍ଷ ଟଙ୍କା ହେବ।

ଏବେ ଭିଜିଲାନ୍ସ ଅଧିକାରୀ ଅଧିକ ତଦନ୍ତ ଜାରି ରଖିଛନ୍ତି ଓ ତାଙ୍କର ସ୍ଥାବର-ଅସ୍ଥାବର ସମ୍ପତ୍ତିର ଆକଳନ ଜାରି ରହିଥିବା ସୂଚନା ରହିଛି। ଭିଜିଲାନ୍ସ ପକ୍ଷରୁ କୋରାପୁଟ ଭିଜିଲାନ୍ସ ଥାନାରେ ଗତକାଲି ଏକ ମାମଲା ଶ୍ରୀ ଶତପଥୀଙ୍କ ବିରୁଦ୍ଧରେ ରୁଜୁ କରାଯାଇଥିଲା। ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

Leave A Reply

Your email address will not be published.