Odisha Link
Bridging the Missing Links in Odisha

କେନ୍ଦ୍ର ସାହିତ୍ୟ ଯୁବ ପୁରସ୍କାର-୨୦୨୩ ପାଇବେ ଡିଲେଶ୍ବର ରଣା

ଓଏଲ୍‌ ବ୍ୟୁରୋ: ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ଯୁବ ଗାଳ୍ପିକ ଡିଲେଶ୍ବର ରଣା ତାଙ୍କ ଲିଖିତ ପୁସ୍ତକ ‘ସେଁର୍‌ରା’ ପାଇଁ ଏହି ପୁରସ୍କାର ପାଇବେ। ଏନେଇ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ କେ.ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି।

ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ବାବଦକୁ ଶ୍ରୀ ରଣାଙ୍କୁ ୫୦ ହଜାର ଟଙ୍କାର ଚେକ୍, ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ ବୋଲି ସାହିତ୍ୟ ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିବର୍ଷ ଦେଶର ଭିନ୍ନ ଭିନ୍ନ ଭାଷାରେ ୩୫ ବର୍ଷ ମଧ୍ୟରେ ଥିବା ଯୁବ ଲେଖକମାନଙ୍କୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

ଏହି ପୁରସ୍କାରର ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଥିଲେ ବିଶିଷ୍ଟ ଲେଖକ ଡକ୍ଟର ବିଭୂତି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁର।