Odisha Link
Bridging the Missing Links in Odisha

ଆଜିଠୁ ସିମ୍ କାର୍ଡ କିଣିବା ପାଇଁ ନୂଆ ନିୟମ; ବାୟୋମେଟ୍ରିକ ଯାଞ୍ଚ ବାଧ୍ୟତାମୂଳକ

ଓଏଲ୍‌ ବ୍ୟୁରୋ: ଆଜିଠୁ ସିମକାର୍ଡ କିଣିବା ପାଇଁ ନୂଆ ନିୟମ ପରିବର୍ତନ ହୋଇଛି। ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧୦ଲକ୍ଷ ଟଙ୍କା ଜରିମାନା। ସିମ ଡିଲର ଓ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହୋଇଛି। ଡିସେମ୍ବରୁ ୧ରୁ ସିମକାର୍ଡ ଡିଲରଙ୍କୁ ପୁଲିସ ଓ ବାୟୋମେଟ୍ରିକ ଯାଂଚ ସହ ପଂଜୀକରଣ କରିବାକୁ ପଡିବ। ବ୍ୟବସାୟୀଙ୍କ ପୁଲିସ ଯାଂଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ ଅପରେଟରଙ୍କ ଉପରେ ରହିବ।

ସେହିପରି ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ କେବଳ ୯ଟି ସିମ କାର୍ଡ କିଣିପାରିବେ। ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ। ଯଦି ଆପଣ ବ୍ୟବହାର କରୁଥିବା ସିମ କାର୍ଡ ବନ୍ଦ କରିଦେବେ ତେବେ ୯୦ଦିନ ଭିତରେ ଏହି ସିମ ଅନ୍ୟଜଣେ ଗ୍ରାହକଙ୍କୁ ଦିଆଯିବ। ଠକେଇ, ସାଇବର ସ୍କାମ, ରୋକିବା ପାଇଁ ସରକାର ଏହି ପରିବର୍ତନ ଆଣିଛନ୍ତି। ତେବେ ପୂର୍ବ ଭଳି ଫେକ ସିମ ଦ୍ୱାରା ହେଉଥିବା ଠକାମୀକୁ ରୋକାଯାଇପାରିବ ବୋଲି ପ୍ରୟାସ ଜାରି ହୋଇଛି।