Odisha Link
Bridging the Missing Links in Odisha

ପୁଲିସ-ମାଓବାଦୀ ମୁହାଁମୁହିଁ: ସର୍ଚ୍ଚ ଅପରେସନ ବେଳେ ଗୁଳିବିନିମୟ

ଓଏଲ୍‌ ବ୍ୟୁରୋ: ବୋୖଦ୍ଧରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଚାଲିଛି। ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ଗୁଳି ବିନିମୟ ହେଉଛି। ସର୍ଚ୍ଚ ଅପରେସନ ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ। ଘଣ୍ଟାଏ ହେବ ଚାଲିଛି ଗୁଳି ବିନିମୟ ଚାଲିଥିବାବେଳେ କେହି ମୃତାହତ ହୋଇନାହାନ୍ତି।

ଅନ୍ୟପଟେ, ଫୁଲବାଣୀରେ ୨ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଡିଜିପିଙ୍କ ମାଓ ସମୀକ୍ଷା ବୈଠକ ବେଳେ ଆତ୍ମସମର୍ପଣ କରିଥିବା ଜଣା ପଡିଛି। ଛତିଶଗଡ଼ର ରଞ୍ଜିତ ନାଇତମ୍‌ ଓ ଓଙ୍ଗା ପୋୟମ୍‌ ଆତ୍ମସମର୍ପଣ କରିଛନ୍ତି। ୨୦୧୭ରୁ KKBN ମାଓ ସଂଗଠରେ ଉଭୟ ସାମିଲ ଥିଲେ।