ଏଥର ନିର୍ବାଚନରେ ହୋମ୍ ଭୋଟିଂ ବ୍ୟବସ୍ଥା! ଜାଣନ୍ତୁ କେଉଁ ବର୍ଗର ଲୋକ ହେବେ ସାମିଲ

ଓଏଲ୍ ବ୍ୟୁରୋ: ଆଜି ଜାତୀୟ ଭୋଟର ଦିବସ। ଦେଶବ୍ୟାପୀ ପାଳନ ହେଉଛି ଜାତୀୟ ମତଦାତା ଦିବସ। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏସବୁ ମଧ୍ୟରେ ଏଥର ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା କରାଯିବା ନେଇ ଖବର ସାମ୍ନାକୁ ଆସିଛି। ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ ସେଇଠି ଭୋଟ୍ ଦେବେ। ଏହା ସହ ପୋଲିଂ ଦାୟିତ୍ୱରେ ଥିବା ସବୁ ଅଧିକାରୀ ମଧ୍ୟ ସେଇଠି ଭୋଟ୍ ଦେବେ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଜାରି ହୋଇଛି।
ଏହା ସହ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ଭୋଟଗ୍ରହଣ କେନ୍ଦ୍ର ହେବ। ୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ବର୍ଷରୁ କମ୍ ଦିବ୍ୟାଙ୍ଗଙ୍କ ପାଇଁ ବି ବ୍ୟବସ୍ଥା କରାଯିବ। ଏହି ଦୁଇ ବର୍ଗ ଅସୁସ୍ଥ ହୋଇ ଘରେ ରହୁଥିଲେ, ହୋମ୍ ଭୋଟିଂ ବ୍ୟବସ୍ଥା। ଭୋଟ୍ ପାଇଁ ସବୁ ଜିଲ୍ଲାରେ ଇଭିଏମ୍ ପହଞ୍ଚି ସାରିଥିବା ସିଇଓ ସୂଚନା ଦେଇଛନ୍ତି।