Odisha Link
Bridging the Missing Links in Odisha

କାଲିଠୁ ବଜେଟ ଅଧିବେଶନ; ସଂସଦକୁ ଫେରିବେ ୧୪୬ ନିଲମ୍ବିତ ସାଂସଦ

ଓଏଲ୍‌ ବ୍ୟୁରୋ: ମୋଦି ସରକାରର ଦ୍ବିତୀୟ ପାଳିର ଶେଷ ବଜେଟ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବ। ଏହାପୂରର୍ବରୁ ଶୀତ ଅଧିବେଶନରେ ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି। ଶୀତ ଅଧିବେଶନରେ ହଟ୍ଟଗୋଳ ଓ ଅଶୋଭନୀୟ ଆଚରଣ ପାଇଁ ଉଭୟ ଗୃହର ୧୪୬ ସାଂସଦକୁ ନିଲମ୍ବିତ କରାଯାଇଥିଲା। ସମସ୍ତଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ଉଭୟ ଗୃହର ପ୍ରୋସିଡିଂ ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଛି।ଆଜି ଅପରାହ୍ନରେ ସର୍ବଦଳୀୟ ବୈଠକ ଶେଷ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି।

ପ୍ରହ୍ଲାଦ ଯୋଶୀ ବୈଠକ ସରିବା ପରେ କହିଛନ୍ତି, ଯୋଶୀ କହିଛନ୍ତି, ସମସ୍ତ ସାଂସଦ ଉପରୁ ନିଲମ୍ବନ ପ୍ରତ୍ୟାହାର ହେବ।ଏ ସମ୍ପର୍କରେ ସେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତିଙ୍କ ସହ କଥା ହୋଇଛନ୍ତି।ନିଲମ୍ବନ ପ୍ରତ୍ୟାହାର ସମ୍ପର୍କରେ ସେ ସରକାରଙ୍କ ପକ୍ଷରୁ ଅନୁରୋଧ କରିଛନ୍ତି।ଏହା ଉଭୟଙ୍କ କ୍ଷମତାସୀନ ବ୍ୟାପାର।ନିଲମ୍ବିତ ସଦସ୍ୟଙ୍କୁ ପୁଣି ଥରେ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିବା ସୁଯୋଗ ଦେବା ସମ୍ପର୍କରେ ଉଭୟ ଉପରାଷ୍ଟ୍ରପତି ଓ ବାଚସ୍ପତି ସରକାରଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।ଏଥିପାଇଁ ପ୍ରୋସିଡିଂ ମଧ୍ୟ ଆରମ୍ଭ କରିବାକୁ ଉଭୟ ଗୃହର ଅଧିକାରୀଙ୍କୁ ମଧ୍ୟ କୁହାଯାଇଛି।

ସୂଚନାଥାଉକି, ଶୀତ ଅଧିବେଶନରେ ଲୋକସଭା ଓ ସଂସଦ ବାହାରେ ଦେଖାଯାଇଥିବା ସୁରକ୍ଷା ବିଭ୍ରାଟ ଘଟଣାରେ ବିରୋଧୀ ସାଂସଦମାନେ ଗୃହରେ ହଟ୍ଟଗୋଳ କରିଥିଲେ।ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ସେମାନେ ଗୃହକାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରିଥିଲେ।ଫଳରେ ଉଭୟ ଗୃହରୁ ମୋଟ ୧୪୬ ବିରୋଧୀ ଦଳର ସାଂସଦଙ୍କୁ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା।

Leave A Reply

Your email address will not be published.