କମୁନି ରାଜଧାନୀର ତାତି; ପୁଣି ୪୦ ଡିଗ୍ରୀ ଟପିଲା ଭୁବନେଶ୍ୱରର ତାପମାତ୍ରା

ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ ତାତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି। ଅସହ୍ୟ ଗରମରେ ଘରୁ ବାହାରିବା ବି ସମ୍ଭବ ହେଉନି। ଏମିତି କି ଖରାକୁ ଦୃଷ୍ଟିରେ ରଖି ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଆଜି ସକାଳୁ ୩୫ ଡିଗ୍ରୀ ଟପିଲା ପାରଦ।
୩୫ ଡିଗ୍ରୀ ସହ ବାଲେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ୩୯.୪ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ପାଲଟିଛି। ସେହିଭଳି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ୪୧.୮ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହ ହୋଇଥିବାବେଳେ ଚାନ୍ଦବାଲିରେ ୪୦.୪, ବାଲେଶ୍ବରରେ ୪୦.୩, ଝାରସୁଗୁଡ଼ାରେ ୩୯.୫ ଡିଗ୍ରୀ, ପାରାଦୀପରେ ୩୮.୮, ରାଉରକେଲାରେ ୩୭.୯, କେନ୍ଦୁଝରରେ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଅନ୍ୟପଟେ, ତାତି ଏତେ ଅସହ୍ୟ ହେଲାଣି ଅଂଶୁଘାତ ଜୀବନ ନେଉଥିବା ସ୍ପଷ୍ଟ ହୋଇଛି। ସରକାରୀ ହିସାବ ଅନୁସାରେ ଅଂଶୁଘାତରେ ଏଯାବତ ଜଣକ ମୃତ୍ୟୁ ହୋଇଛି। ବାଲେଶ୍ବରରୁ ଜଣକ ମୃତ୍ୟୁ ହୋଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଏଯାବତ ସାରା ରାଜ୍ୟରେ ଅଂଶୁଘାତରେ ମୋଟ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୧ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଚିନ୍ତାର ବିଷୟ ପାଲଟିଛି।