ବାରବାଟୀ-କଟକରୁ ପ୍ରାର୍ଥୀ ହେବେ ମୋକିମଙ୍କ ଝିଅ ସୋଫିଆ !

ଓଏଲ୍ ବ୍ୟୁରୋ: ଗତକାଲି ବାରବାଟୀ-କଟକ ବିିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଥିଲା ସୁପ୍ରିମ ଆଶ୍ବସ୍ତି। ହେଲେ ନିର୍ବାଚନ ଦୃଷ୍ଟିକୋଣରୁ ଦେଖିଲେ ମିଳିଥିଲା ବଡ଼ ଝଟକା। କାରଣ ୨୦୨୪ ନିର୍ବାଚନ ଲଢ଼ିପାରିବେନି ମହମ୍ମଦ ମୋକିମ।କିଏ ହେବ ବାରବାଟୀ-କଟକର କଂଗ୍ରେସ ପ୍ରାର୍ଥୀ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଏସବୁ ମଧ୍ୟରେ ବିଧାୟକ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ବାରବାଟୀ କଟକରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ। ମୋକିମଙ୍କ ସମ୍ଭାବନା ଶେଷ ହେବା ପରେ ଝିଅକୁ ନେଇ ଅଙ୍କକଷା ଚାଲିଛି। ଏଥିପାଇଁ ମୋକିମଙ୍କ ଘରେ ସମର୍ଥକଙ୍କୁ ନେଇ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ମୋକିମଙ୍କ ସ୍ଥାନରେ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ ସହମତି ପ୍ରକାଶ ପାଇି। ଏନେଇ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇବାକୁ ବୈଠକରେ ଆଲୋଚନା ହୋଇଥିବା ସୂଚନା।
ଏହି ପ୍ରସଙ୍ଗରେ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କର୍ମୀ ସୋଫିଆଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସୋଫିଆ ଓ ଦଳୀୟ ନେତୃତ୍ବଙ୍କ ଆଲୋଚନା ପରେ ଦଳର ହିତ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ମୋକିମ କହିଛନ୍ତି।