Odisha Link
Bridging the Missing Links in Odisha

ମୋଦି ୩.୦ ସରକାର: ମନ୍ତ୍ରୀଙ୍କୁ ମିଳିଲା ମନ୍ତ୍ରଣାଳୟ, କାହାକୁ କେଉଁ ବିଭାଗ ମିଳିଲା ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବା ସହିତ ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। ମୋଦିଙ୍କ ୩.୦ ଟିମ୍‌ରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଟିମରେ ୫ ଜଣ ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଆଜି ପ୍ରଥମ କ୍ୟାବିନେଟ ବୈଠକ ଚାଲୁ ରହିଥିବା ବେଳେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ମଧ୍ୟ ହେଉଛି।

ନୂତନ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ମନ୍ତ୍ରଣାଳୟ ବଣ୍ଟନ କରାଯାଇଛି। ନୀତୀନ ଗଡକରୀଙ୍କୁ ସଡକ ପରିବହନ ମନ୍ତ୍ରଣାଳୟ ଦିଆଯାଇଛି ଯାହା ସେ ଗତଥର ମଧ୍ୟ ପାଇଥିଲେ। ଅଜୟ ତାମତା ଏବଂ ହର୍ଷ ମଲହୋତ୍ରାଙ୍କୁ ସଡକ ପରିବହନ ମନ୍ତ୍ରୀ କରାଯାଇଛି। ସେହିପରି ପୁଣିଥରେ ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି।

 

ମନ୍ତ୍ରିମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ:

ନୀତୀନ ଗଡ଼କରୀ: ସଡ଼କ ପରିବହନ ଓ ରାଜପଥ ନିର୍ମାଣ ମନ୍ତ୍ରଣାଳୟ
ରାଜନାଥ ସିଂହ: ପ୍ରତିରକ୍ଷା ମନ୍ତ୍ରଣାଳୟ
ଅମିତ ଶାହ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
ନିର୍ମଳା ସୀତାରମଣ: ଅର୍ଥ ମନ୍ତ୍ରଣାଳୟ
ଏସ୍‌. ଜୟଶଙ୍କର: ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ
ମନୋହର ଲାଲ୍‌ ଖଟ୍ଟର: ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ମନ୍ତ୍ରଣାଳୟ
ଅଶ୍ବିନୀ ବୈଷ୍ଣବ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଶିବରାଜ ସିଂହ: କୃଷି, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ
ଜିତନରାମ ମାଂଝି: କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ
ଧର୍ମେନ୍ଦ୍ର ପ୍ରଧାନ: ଶିକ୍ଷା ମନ୍ତ୍ରଣାଳୟ
ଚିରାଗ ପାଶ୍ବାନ: କ୍ରୀଡ଼ା ମନ୍ତ୍ରଣାଳୟ
ଜୁଏଲ ଓରାମ: ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

Leave A Reply

Your email address will not be published.