Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ପୂର୍ବରୁ ଗିରଫ କରିଥିଲା କମିଶନରେଟ ପୁଲିସ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ମତ୍ସ୍ୟ ନିର୍ଦେଶାଳୟର ଡେପୁଟି ଡାଇରେକ୍ଟର। ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଡେପୁଟି ଡାଇରେକ୍ଟର ବସନ୍ତ ଦାସଙ୍କ ପାଇଁ ପୁଣି ବଢିଲା ଅଡୁଆ। ବସନ୍ତଙ୍କ ୫ଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କଲା ଭିଜିଲାନ୍ସ।୧କୋଟି ୫ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିଥିଲେ ବସନ୍ତ। ପୂର୍ବରୁ କମିଶନରେଟ ପୁଲିସ ଦ୍ଵାରା ମତ୍ସ୍ୟ ନିର୍ଦେଶାଳୟର ଡେପୁଟି ଡାଇରେକ୍ଟର ଗିରଫ ହୋଇଥିଲେ।