Odisha Link
Bridging the Missing Links in Odisha

ଭାରତରେ ଶିକ୍ଷକଙ୍କ ହାରାହାରି ମାସିକ ଦରମା କେତେ ? ଗୁରୁ ଦିବସରେ ପଢ଼ନ୍ତୁ ସ୍ବତନ୍ତ୍ର ରିପୋର୍ଟ

ଓଏଲ୍‌ ବ୍ୟୁରୋ: ଆଜି ସାରା ଦେଶ ପାଳନ କରୁଛି ଗୁରୁ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ୫କୁ ଗୁରୁଦିବସ ରୂପେ ପାଳନ କରୁଛି ଭାରତ। ସିଏ ହିଁ ଗୁରୁ, ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ବାଟ କଢ଼େଇ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି। ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଆମେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ, ସେ ହିଁ ଗୁରୁ। ଆଜିର ଦିନ ଅର୍ଥାତ୍‌ ‘ଗୁରୁ ଦିବସ’ ସେହି ପ୍ରାତଃସ୍ମରଣୀୟ ଜ୍ଞାନଦାତାଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ଆଜିର ଦିନଟି ଗୁରୁଙ୍କ ପାଇଁ ଉଦିଷ୍ଟ ହୋଇଥିବାବେଳେ ତାଙ୍କ ରୋଜଗାର ଉପରେ ଟିକେ ନଜର ପକାଇବା।

ଏକ ପ୍ରତିଷ୍ଠିତ କମ୍ପାନୀ ଡିଲୋଏଟର ୨୦୨୧-୨୦୨୨ର ଏକ ରିପୋର୍ଟ ମୁତାବକ ଭାରତରେ ୧.୧୩ କୋଟିରୁ ଅଧିକ ସ୍କୁଲ ଶିକ୍ଷକ ରହିଛନ୍ତି। କ୍ୟାରିୟର କମ୍ୟୁନିଟି ଓ୍ବେବସାଇଟ୍‌ ଗ୍ଲାସ୍‌ଡୋର ମୁତାବକ ଭାରତରେ ଶିକ୍ଷକଙ୍କ ହାରାହାରି ମାସିକିଆ ଦରମା ୨୦ ହଜାର ଟଙ୍କା। ସବୁଠୁ ବଡ଼କଥା ହେଲା ଦେଶରେ ୨୧ଟି ଲୋକପ୍ରିୟ ବୃତ୍ତିର ହାରାହାରି ଦରମା ମାମଲାରେ ୧୮ ନମ୍ବର ସ୍ଥାନରେ ରହିଛି ଶିକ୍ଷକ ବୃତ୍ତି। ବିଶ୍ବରେ ଶିକ୍ଷକତା ବୃତ୍ତିରେ ସୁଇଜରଲାଣ୍ଡରେ ଶିକ୍ଷକଙ୍କ ଅଧିକ ଦରମା ମିଳିଥାଏ।

ଦେଶରେ ସର୍ଜନ ମାନଙ୍କର ସର୍ବାଧିକ ହାରାହାରି ଦରମା ରହିଛି। ଜଣେ ସର୍ଜନ ମାସିକ ହାରାହାରି ୧.୮୪ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ଜଣେ ଶିକ୍ଷକଙ୍କ ହାରାହାରି ମାସିକ ଦରମା ମାତ୍ର ୨୦ ହଜାର ଟଙ୍କା ଅଟେ। ଭାରତରେ ଶିକ୍ଷକଙ୍କ ଦରମା ସର୍ଜନଙ୍କଠୁ ୧୦ଗୁଣା କମ୍।

ସିଇଓ ଓ୍ବାଲ୍ଡ ମାଗାଜିନ ମାର୍ଚ୍ଚ ୩୧, ୨୦୨୪ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଦରମା ମାମଲାରେ ବିଶ୍ବର ୧୯୬ ଦେଶ ମଧ୍ୟରୁ ୮୫ତମ ସ୍ଥାନରେ ରହିଛି ଭାରତ। ଟପ୍‌ ୧୦ ଦେଶ ମଧ୍ୟରେ ଆମେରିକା, କାନାଡା ବ୍ୟତୀତ ୟୁରୋପର ୮ଟି ଦେଶ ରହିଛି। ଦରମା ମାମଲାରେ ସୁଇଜରଲାଣ୍ଡ ଆଗରେ ରହିଛି।

Leave A Reply

Your email address will not be published.