Odisha Link
Bridging the Missing Links in Odisha

କାଜାଖସ୍ତାନରେ ବିମାନ ଦୁର୍ଘଟଣା, ଯାତ୍ରା କରୁଥିଲେ ୭୦ରୁ ଅଧିକ ଯାତ୍ରୀ

ଓଏଲ୍‌ ବ୍ୟୁରୋ: କାଜାଖସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ହୋଇଥିବା ଜଣା ପଡିଛି। ଅକତାଉରେ ଜରୁରୀ ଅବତରଣ ପୂର୍ବରୁ ବିମାନ ଦୁର୍ଘଟଣା ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ଆଜରବୈଜାନ ଏୟାରଲାଇନ୍ସର ବୋଲି ଜଣା ପଡିଛି। ୭୦ ଯାତ୍ରୀଙ୍କୁ ନେଇ ବିମାନଟି ବାକୁରୁ ଗ୍ରଜନୀ ଯାଉଥିଲା। ଜରୁରୀ ଅବତରଣ ଅନୁମତି ମାଗିବାର କିଛି ସମୟ ପରେ କ୍ରାସ୍ ହୋଇଥିବା ସୂଚନା ରହିଛି।