Sun. Aug 25th, 2019

Odisha Link

bridging the missing links in odisha

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମହିଳା ଟି-୨୦ କ୍ରିକେଟ ସାମିଲ

1 min read
  •  
  • 1
  •  
  •  
  •  
  •  
  •  

ବର୍ମିଂହାମ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେଲା ମହିଳା ଟି-୨୦ କ୍ରିକେଟ। ଏନେଇ ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ (ସିଜିଏଫ୍)। ୨୦୨୨ରେ ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବ। ଚଳିତ ବର୍ଷ ଜୁନ୍ ମାସରେ ସିଜିଏଫ୍ ଏଥିପାଇଁ ନାମାଙ୍କନ କରିଥିଲା, କିନ୍ତୁ ସଂଘର ସଦସଙ୍କ ମଞ୍ଜୁରୀ ମିଳିବା ବାକି ଥିଲା। ଆଇସିସି ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ବର୍ମିଂହାମରେ ୨୦୨୨ରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ଜୁଲାଇ ୨୭ରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ପାଖାପାଖି ୪୫ହଜାର ଆଥଲେଟ୍ ଭାଗ ନେବେ। କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସବୁଯାକ ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନଠାରେ ଖେଳାଯିବ। ଏଥିରେ ୮ଟି ମହିଳା ଟିମ୍ ଭାଗ ନେବେ ଏବଂ ଏହା ୮ଦିନ ପର୍ଯ୍ୟନ୍ତ ଚାଲିବ। ୧୯୯୮ ପରେ ପ୍ରଥମଥର ପାଇଁ କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ୍ କରାଯାଇଛି। ୧୯୯୮ରେ କୁଆଲାଲୁମ୍ପୁରରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦକ୍ଷିଣ ଆଫ୍ରିକା ପୁରୁଷ ଟିମ୍ ୫୦ ଓଭର ଫର୍ମାଟରେ ସ୍ୱର୍ଣ୍ଣ ପଦକ ଜିତିଥିଲା।

ସିଜିଏଫର ଅଧ୍ୟକ୍ଷ ଲୁଇସ୍ ମାର୍ଟିନ୍ କହିଛନ୍ତି, ଆଜିର ଦିନ ବେଶ୍ ଐତିହାସିକ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣିଥରେ କ୍ରିକେଟର ଫେରିବାକୁ ଆମେ ସ୍ୱାଗତ କରୁଛୁ। ୧୯୯୮ରେ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା କ୍ରିକେଟ୍ ପ୍ରତିଯୋଗିତର ଜ୍ୟାକ୍ କାଲିସ୍, ରିକି ପଣ୍ଟିଂ ଏବଂ ସଚିନ ତେନ୍ଦୁଲକର ଭଳି କିମ୍ବଦନ୍ତୀ ଖେଳାଳି ସାମିଲ୍ ଥିଲେ। ମାର୍ଟିନ୍ କହିଛନ୍ତି, “ମହିଳା ଟି-୨୦ କ୍ରିକେଟକୁ ଉନ୍ନତ ଭାବେ ପ୍ରଦର୍ଶିତ କରିବା ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସବୁଠାରୁ ଭଲ ପ୍ଲାଟଫର୍ମ।”

  • 1
    Share