Odisha Link
Bridging the Missing Links in Odisha

ରାଜନୀତିର ଖେଳକୁ ଏଣ୍ଟ୍ରି କରିବେ କି ଦୂତି ଚାନ୍ଦ, ଏ ନେଇ କଣ କହିଲେ ଜାଣନ୍ତୁ …

ନୂଆଦିଲ୍ଲୀ: ଅନେକ ଖେଳାଳୀ ଖେଳରୁ ଅବସର ନେବା ପରେ ରାଜନୀତିର ଖେଳରେ ଯୋଗ ଦେଇଥାନ୍ତି। ସେହିପରି ଓଡ଼ିଆ ସ୍ପିଣ୍ଟର ଦୂତି ଚାନ୍ଦ ରାଜନୈତିକ ମଇଦାନରେ ପାଦ ଥାପିବା ନେଇ ଜୋର ଚର୍ଚ୍ଚା ହେଉଛି। ଏକ ଗଣମାଧ୍ୟମ ସଂସ୍ଥା ସିଏନଏନକୁ ସାକ୍ଷାତ କରି ଦୂତି କହିଛନ୍ତି ଯେ, ରାଜନୀତି ପ୍ରତି ତାଙ୍କର ଆଗ୍ରହ ରହିଛି, ସମୟ ଆସିଲେ ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରିବେ। ଏହାସହ ନିକଟରେ ନିଜକୁ ସମଲିଙ୍ଗୀ ଭାବେ ଘୋଷଣା କରି ଚର୍ଚ୍ଚା ଓ ବିବାଦ ଘେରକୁ ଆସିଥିବା ସ୍ପଷ୍ଟବାଦୀ ଦୂତି ଚାନ୍ଦ କହିଛନ୍ତି ଯେ, ତାଙ୍କ ଜୀବନ ସଂଗ୍ରାମରେ ବିତିଛି। ସେ ଖେଳ ହେଉ କି ବ୍ୟକ୍ତି ଗତ ଜୀବନ, ଏହି ସଂଗ୍ରାମ ସମୟରେ ବହୁ ଲୋକ ତାଙ୍କ ପାଖରେ ଛିଡା ହୋଇଛନ୍ତି ଓ ସମର୍ଥନ ବି ଜଣାଇଛନ୍ତି। ଏହି ପରିପ୍ରେକ୍ଷିରେ ରାଜନୀତିରେ ପାଦ ର‌‌ଖିଲେ କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି। କେଉଁ ଦଳରୁ ସେ ରାଜନୀତି କରିବେ ତାହା ସ୍ପଷ୍ଟ କରି ନାହାନ୍ତି। ରାଜନୈତିକ ଜୀବନ ଆରମ୍ଭ କଲାବେଳକୁ ଯେଉଁ ଦଳ ଲୋକଙ୍କ ପାଇଁ ଠିକ୍‌ କାମ କରୁଥିବା ଦେଖିବେ ସେ ସେହି ଦଳରେ ସାମିଲି ହେବେ ବୋଲି ୨୩ ବର୍ଷିଆ ଦୂତି କହିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ସମୟରେ ଦୂତି ଓଡିଶା ସମକାରଙ୍କୁ ତଥା ଶାସକ ବିଜେଡିକୁ ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିଲେ। ଦୂତିଙ୍କ ଏଭଳି ମନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୂତି ତାଙ୍କ ‌ଖେଳ ସମୟରେ ଅନେକ ସଫଳତା ହାତେଇଛନ୍ତି। କିନ୍ତୁ ଦୂତି ତାଙ୍କ ରାଜନୀତିର ମଇଦାନରେ କେତେ ଦୂର ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Comments are closed.