Odisha Link
Bridging the Missing Links in Odisha

ଅନନ୍ତନାଗ ଏନକାଉଣ୍ଟର: ଆତଙ୍କବାଦୀଙ୍କ ଗୁଳିରେ ମେଜର ଶହୀଦ୍‌, ୨ ଲସ୍କର ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର: ଜମ୍ମୁ- କଶ୍ମୀରର ଅନ୍ତନନାଗ ଠାରେ ଆଜି (ସୋମବାର)ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଊଣ୍ଟର ହୋଇଥିଲା। ଏକ ଏନ୍‌କାଉଣ୍ଟରରେ ଜଣେ ସେନା ମେଜର ଶହୀଦ୍‌ ହୋଇଥିବା ବେଳେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ସେନା ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏହି ଗୁଳି ବିନିମୟରେ ଅନ୍ୟ ଦୁଇ ସେନା ଯବାନ ଗୁରୁତର ଭାବେ ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ସେନା ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଦକ୍ଷିଣ କଶ୍ମୀର ଅନ୍ତନାଗ ଜିଲ୍ଲାର ଆଛାବଲ ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସେନା ବାହିନୀ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ନିଆଯିବା ସହ ସୁରକ୍ଷା ବାହିନୀ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ କଯାଇଥିଲା। ଏହି ସମୟରେ ସେଠାରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀ ଓ ସେନା ଯବାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ସେନା ଯବାନଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସେନା ମେଜରଙ୍କ ସମେତ ଅନ୍ୟ ଦୁଇ ସେନା ଯବାନ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସହ ଚିକିତ୍ସାଧୀନ ଅଛନ୍ତି। ସେନା ଗୁଳିରେ ନିପାତ ହୋଇଥିବା ୨ ଆତଙ୍କବାଦୀ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ- ତୋଏବାର ସଦସ୍ୟ ଥିବା ଜଣାପଡ଼ିଛି।

Comments are closed.