ବଜ୍ରପାତରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ବଡ଼ଦେଇ ଗାଁରେ ବଜ୍ରପାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବିଷମ ନାୟକ ଓ ମହେନ୍ଦ୍ର ଭତ୍ରା।ବିଷମ ବଡ଼ଦେଇ ଗାଁର ହୋଇଥିବା ବେଳେ ମହେନ୍ଦ୍ର ବକଢ଼ାବେଡ଼ା ଗାଁର।
ମଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବଡ଼ଦେଇ ଗାଁରେ ବର୍ଷା ହୋଇଥିଲା। ବର୍ଷା ଛାଡ଼ି ଯିବା ପରେ ସେହି ଗାଁର ଦୁଇ ଯୁବକ ଜମି ଆଡ଼େ ବୁଲିବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।